Könyv Siddhartha Hermann Hesse

Siddhartha

Nyelv: Orija
Kötés: Puha kötésű
Elérhetőség: Beszállítói készleten
Küldés 14-21 napon belül
6 277 Ft
ନିର୍ବାଣ ପାଇଁ ଜିଜ୍ଞାସା ରଖିଥିବା ସିଦ୍ଧାର୍ଥ ଭିନ୍ନ ଭିନ୍ନ ଅନୁଭବ ଲାଭ କରି ପରିଶେଷରେ ନିର୍ବାଣ ଲାଭ କରିଥିଲେ । ପ୍ର...

Információk a könyvről

Nyelv
Orija
Kötés
Könyv - Puha kötésű
Kiadva
2024
oldal
154
EAN
9781645605232
ISBN
164560523X
Enbook ID
45156483
Súly
203
Méretek
140 x 216 x 9

Teljes leírás

ନିର୍ବାଣ ପାଇଁ ଜିଜ୍ଞାସା ରଖିଥିବା ସିଦ୍ଧାର୍ଥ ଭିନ୍ନ ଭିନ୍ନ ଅନୁଭବ ଲାଭ କରି ପରିଶେଷରେ ନିର୍ବାଣ ଲାଭ କରିଥିଲେ । ପ୍ରତ୍ୟେକ ମଣିଷ ଯିଏ କିଛି ପ୍ରାପ୍ତିର ଆକାଂକ୍ଷା ରଖନ୍ତି, ତାଙ୍କୁ ସିଦ୍ଧାର୍ଥ ଭଳି ସାହସୀ ହେବାକୁ ହେବ । କେବଳ ନିଜ ଅନୁଭବ ଦ୍ୱାରା ହିଁ ମୋକ୍ଷପ୍ରାପ୍ତି ଅବା ନିର୍ବାଣ ସମ୍ଭବ । କାରଣ ଜ୍ଞାନକୁ ନା ଶିକ୍ଷା ଦିଆଯାଇପାରେ ନା ଅନ୍ୟର ଅନୁଭବରୁ ତାହା ଆମକୁ ମିଳେ । ନିଜସ୍ୱ ଅନୁଭବ ଦ୍ୱାରା ହିଁ ଜ୍ଞାନଲାଭ ସମ୍ଭବ । ମାନବ ନଦୀ ଭଳି ନିଜ ଭାବନାକୁ ପ୍ରତିରୋଧ ନ କରି ବହିଯିବାକୁ ଛାଡ଼ିଦେବା ଉଚିତ । ନଦୀର ମାର୍ଗରେ ଯଦି ବିଶାଳ ପଥରଖଣ୍ଡ ଆସି ଅନ୍ତରାୟ ସୃଷ୍ଟି କରେ ତେବେ ନଦୀର ସ୍ରୋତ ତା'ର ଚତୁଃପାଶ୍ୱର୍କୁ ଆପ୍ଳୁତ କରି ଆଗକୁ ବହିଚାଲେ । 'ସିଦ୍ଧାର୍ଥ' ଉପନ୍ୟାସରେ 'ଜ୍ଞାନ' ଏବଂ 'ଶିକ୍ଷା' ମଧ୍ୟରେ ଥିବା ପାର୍ଥକ୍ୟ ସୁସ୍ପଷ୍ଟ । ଶିକ୍ଷା ସମସ୍ତଙ୍କୁ ଦିଆଯାଇପାରେ; ମାତ୍ର କଠିନ ପରିଶ୍ରମ ଦ୍ୱାରା ଜ୍ଞାନପ୍ରାପ୍ତି ସମ୍ଭବ ଏବଂ ଏହା କେବଳ ମାନବର ଅନୁଭବ ଦ୍ୱାରା ହାସଲ ହୋଇପାରେ । ଜ୍ଞାନରୁ ହିଁ ମୋକ୍ଷ (ନିର୍ବାଣ) ଲାଭ ହୁଏ । ମାନବର ଭାଗ୍ୟ ଓ ତା'ର ଜୀବନର ମାର୍ଗ ତାକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ । ମଣିଷର ମନ ଯେଉଁଠାରେ ନିବିଷ୍ଟ ହୁଏ, ସେହିଠାରେ ହିଁ ଜ୍ଞାନ ତାକୁ ପ୍ରାପ୍ତ ହୁଏ । 'ମନ ମୂଳେ ଏ ଜଗତ' - ଏହା 'ସିଦ୍ଧାର୍ଥ' ଉପନ୍ୟାସର ଅନ୍ତଃସ୍ୱର ।